ନନ୍ଦିଗ୍ରାମ ଆସନ୍ତା ଅକ୍‌ଟୋବର ୬ ତାରିଖରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ମିଲନ ପ୍ରଧାନଙ୍କୁ ପଶ୍ଚିମବଙ୍ଗ ପୁଲିସ ଶୁକ୍ରବାର ଗିରଫ କରିଛି । ୨୦୦୭ ମସିହାରେ ନନ୍ଦିଗ୍ରାମ ଜମିଅଧିଗ୍ରହଣ ବେଳେ ଘଟିଥିବା ହିଂସାକାଣ୍ଡରେ ମିଲନ ପ୍ରଧାନ ସମ୍ପୃକ୍ତ ଥିଲେ । ତାଙ୍କ ନାମରେ ହତ୍ୟା ଅଭିଯୋଗ ଥିଲା ବୋଲି ପୁଲିସ କହିଛି । ନନ୍ଦିଗ୍ରାମ ଉପନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେବାକୁ ମମତା ବାନାର୍ଜୀ ଘୋଷଣା କରିବାର ମାତ୍ର କେଇ ଘଂଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଗିରଫ କରାଯିବା ଘଟଣା ପଶ୍ଚିମବଙ୍ଗ ରାଜନୀତିକୁ ରୋଚକ ମୋଡକୁ ନେଇ ଆସିଛି ।