ଭଞ୍ଜନଗର:ବନ୍ୟା ସାଜିଛି ଗର୍ଭବତୀଙ୍କ ଯନ୍ତ୍ରଣାର କାରଣ। ବୋଟ ଗଲା କିନ୍ତୁ ଉଦ୍ଧାର ପାରିଲେନି ଗର୍ଭବତୀ । ଅଧାବାଟରେ ଓଲଟିଲା ବୋଟ ସେପଟେ ଯନ୍ତ୍ରଣାର ଛଟପଟ ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ମଧ୍ୟରେ ଭଞ୍ଜନଗର ବ୍ଲକ୍‌ ବାଇବାଲି ଗ୍ରାମପଞ୍ଚାୟତର ତଡ଼ମା ଗାଁରୁ ସାମ୍ନାକୁ ଆସିଛି ।ପାହାଡ଼ ଉପରେ ଥିବା ତଡ଼ମା ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ପ୍ରଶାସନକୁ ଖବର ଦିଆଯାଇଥିଲା। ଗାଁଟି ନଦୀର ଅପରପାର୍ଶ୍ୱରେ ଥିବାରୁ ବନ୍ୟାଜଳ ଯୋଗୁଁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇବା ପରେ ବେଲଗୁଣ୍ଠା ଦମକଳ ବାହିନୀର କର୍ମଚାରମାନେ ବୋଟ୍‌ ଯୋଗେ ଗର୍ଭବତୀଙ୍କୁ ଉଦ୍ଧାର ପାଇଁ ବାହାରିଥିଲେ।ହେଲେ ନଦୀ ମଝିରେ ଘଟିଲା ଅଘଟଣ। ପ୍ରଖର ସ୍ରୋତ ମଧ୍ୟରେ ହଠାତ୍‌ ଓଲଟି ପଡ଼ିଲା ଉଦ୍ଧାରକାରୀ ବୋଟ୍‌।ସୌଭାଗ୍ୟବଶତଃ ବୋଟ୍‌ରେ ଥିବା ଦମକଳ କର୍ମଚାରୀମାନେ ଉଦ୍ଧାର ହୋଇଥିଲେ। କିନ୍ତୁ ଗର୍ଭବତୀଙ୍କୁ ଉଦ୍ଧାର କରିବାର ଚ୍ୟାଲେଞ୍ଜ ରହିଗଲା ଅପରିବର୍ତ୍ତିତ।ଶେଷରେ ମହିଳା ଜଣକ ନିଜ ଭାଗ୍ୟକୁ ଆଦରି ନିଜ ଗାଁ,ରେ ରହିଥିବା ଜଣାପଡିଛି।