ଭୁବନେଶ୍ଵର:ସାମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିପର୍ଯ୍ୟୟ ସମୟରେ ଦ୍ରୁତ ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ରେଞ୍ଜରେ ମୋଟ ୩୮୧ଟି ଅଗ୍ନିଶମ ଟିମ୍କୁ ସଜାଗ ରଖାଯାଇଛି।ଏହି ପ୍ରସ୍ତୁତି ଅନୁଯାୟୀ, ମଧ୍ୟାଞ୍ଚଳ (ସେଣ୍ଟ୍ରାଲ୍ ରେଞ୍ଜ) ରେ ୧୩୩ଟି ନିୟମିତ ଟିମ୍ ସହ ୧୪ଟି ଅତିରିକ୍ତ ଟିମ୍କୁ ମିଶାଇ ମୋଟ ୧୪୭ଟି ଟିମ୍ ନିୟୋଜିତ ହୋଇଛନ୍ତି। ସେହିପରି ଉତ୍ତରାଞ୍ଚଳ (ନର୍ଦ୍ଦନ୍ ରେଞ୍ଜ) ରେ ୧୧୨ଟି ନିୟମିତ ଟିମ୍ ସହ ୧୩ଟି ଅତିରିକ୍ତ ଟିମ୍କୁ ମିଶାଇ ମୋଟ ୧୨୫ଟି ଟିମ୍ ଏବଂ ଦକ୍ଷିଣାଞ୍ଚଳ (ସଦର୍ନ୍ ରେଞ୍ଜ) ରେ ୯୭ଟି ନିୟମିତ ଟିମ୍ ସହ ୧୨ଟି ଅତିରିକ୍ତ ଟିମ୍କୁ ମିଶାଇ ମୋଟ ୧୦୯ଟି ଟିମ୍ ପ୍ରସ୍ତୁତ ରହିଛନ୍ତି।
