ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନା ଅଞ୍ଚଳରେ ନିଶା କଫ୍‌ସିରପ୍‌ ଚୋରାଚାଲାଣ ବେଳେ ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଅଭିଯୁକ୍ତ ପ୍ରୀତମ ବିଶ୍ୱାଳଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି। ପୋଲିସ ଦୁଇଟି ଗାଡ଼ିରୁ ୨୪ କାର୍ଟୁନ କୋଡିନ୍‌ଯୁକ୍ତ କଫ୍‌ସିରପ୍‌, ୯ ଏମ୍‌ଏମ୍‌ ପିସ୍ତଲ ଓ ୭ଟି ଗୁଳି ଖୋକା ଜବତ କରିଛି। ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଜାରି ରହିଛି।