ବାଙ୍କୀ : ଗଛରେ ପିଟି ହେଲା ସରକାରୀ ବସ୍। ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। ଏହି ଦୁର୍ଘଟଣା ରବିବାର ଘଟିଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବାରେ ଚାଲୁଥିବା ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭେଡା ଦୁର୍ଗାପୁର ଶବର ସାହିଠାରୁ ଭାରସାମ୍ୟ ହରାଇ ବସଟି ପିଟି ହୋଇ ଯାଇଛି। ବାଙ୍କୀରୁ ପୁଇଞ୍ଚା ଯାଉଥିବା ବେଳେ ବସଟି ଗଛକୁ ଧକ୍କା ଦେଇଥିଲା।