ଆଠଗଡ : ଆଠଗଡ଼ ଥାନା ଅନ୍ତର୍ଗତ ମେଘା ଦାସପୁର ଗ୍ରାମର ଜଣେ ନାବାଳକ ମହାନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିବା ଜଣାପଡିଛି। ନିଖୋଜ ନାବାଳକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ପୁଅ ଶୁଭଙ୍କର ପଣ୍ଡା (୧୬) । ରବିବାର ଦିନ ପ୍ରାୟ ୧୧ ଟା ସମୟରେ ସେ ମହାନଦୀକୁ ଯାଇ ଗାଧୋଇବା ସମୟରେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ। ଅଭିଯୋଗ ପାଇ ଆଠଗଡ଼ ପୁଲିସ ସହିତ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଶୁଭଙ୍କରଙ୍କୁ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନଥିବା ଜଣାପଡିଛି । ଆସନ୍ତା କାଲି ପୁଣି ଥରେ ଖୋଜାଖୋଜି ଜାରି ରହିବ ବୋଲି ଥାନା ଅଧିକାରୀ ସୁମତି କୁମାରୀ ମହାନ୍ତି ସୂଚନା ଦେଇଛନ୍ତି।
