ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ବୁଗବୁଗା ପଞ୍ଚାୟତର ଖଲିଆପାଲି ସ୍ଥିତ ଗଡ଼ତିଆ ଟିକ୍ରାଠାରେ ଏକ ନିଶୁଳ୍କ ନିୟମିତ ଯୋଗ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି।
ଏହି ଶିବିର ସକାଳ ୪:୩୦ ରୁ ୫:୪୫ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଯୋଗ ଶିକ୍ଷକ ଚିଣ୍ଟୁ ଗଡ଼ତିଆ ଗ୍ରାମବାସୀଙ୍କୁ ଯୋଗାସନ, ପ୍ରାଣାୟାମ, ଧ୍ୟାନ ଏବଂ ଆରୋଗ୍ୟପ୍ରଦ ଜୀବନଶୈଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର ଏବଂ ମନ କିପରି ସୁସ୍ଥ ରହେ, ସେ ବିଷୟରେ ସେ ଆଲୋକପାତ କରିଥିଲେ।
ଏହି ଯୋଗ ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଉତ୍ସାହର ସହ ଅଂଶଗ୍ରହଣ କରି ପ୍ରାଣାୟାମ ଓ ଆସନର ଅଭ୍ୟାସ କରିଥିଲେ। ଉପସ୍ଥିତ ଶ୍ରଦ୍ଧାଳୁମାନେ ଏହିଭଳି ଜନହିତକର ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଛନ୍ତି।
