ସୁନାବେଡ଼ା ୭/୧୦/୨୦୨୬ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ସମୟ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ପୁଣି ଥରେ ନିର୍ବାଚନ ଲାଗୁ କରିବା ଘୋଷଣା ପରେ ଛାତ୍ର ରାଜନୀତିରେ ସରଗରମ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ସେମିଳିଗୁଡା ମହାବିଦ୍ୟାଳୟ ସହ ଆଖ ପାଖ ଅଞ୍ଚଳ ମହାବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ପ୍ରରିପ୍ରେକ୍ଷୀରେ ସେମିଳିଗୁଡା ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଖିଳ ଭାରତୀୟ ବିଦାର୍ଥୀ ପରିଷଦ (ଏ ବି ଭି ପି ) ଶତାଧିକ ଛାତ୍ର ଛାତ୍ରୀ ଏକାଠି ହୋଇ ଖବର ଦାତା ସମ୍ମିଳନୀ ମଧ୍ୟରେ ଓଡିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଛାତ୍ର ସଂସଦ ନିର୍ବାଚନ ସ୍ୱାଗତ କରିଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ରାଜନୀତିର ପ୍ରଥମ ପାହାଚ ହେଉଛି ଛାତ୍ର ରାଜନୀତି ତେଣୁ ଛାତ୍ର ସଂସଦ ନିର୍ବାଚନ ନିତ୍ୟାନ୍ତ ଆବଶ୍ୟକ ରହିଛି। ଯଦ୍ୱାରା ଛାତ୍ର ଛାତ୍ରୀ ରହିଥିବା ବିଭିନ୍ନ ସମସ୍ୟା ଅତି ସହଜରେ ସମଧାନ ହୋଇପାରିବ ଏହା ଛଡା ମହାବିଦ୍ୟାଳୟ ର ବିକାଶ ଏବଂ ପାଠ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରିବ ବୋଲି ମହା ବିଦ୍ୟାଳୟର ଛାତ୍ର ସାଇ ସୁବ୍ରତ, ଶୁଭଙ୍କର ଶତପଥୀ ଓ ଛାତ୍ରୀ ଶ୍ରାବଣୀ ବରାଡ଼ ପ୍ରମୁଖ ସମ୍ମିଳନୀ ମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ବହୁ ଖୁସି ଅନୁଭବ କରୁଥିବା କହିଛନ୍ତି। ଏଥି ବ୍ୟତୀତ ମହା ବିଦ୍ୟାଳୟ ଗୁଡିକରେ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ଛାତ୍ର ଛାତ୍ରୀ ବେଶ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ। ଏଥିରେ ଭାଜପା ଯୁବ ମୋର୍ଚ୍ଚାର ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
