ନିମାପଡା ୭. ୧୦. ୨୦୨୬(ବସନ୍ତ ଦାସ )ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଭିର୍ତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଟି ଏକସ୍ତରୀ ଲକ୍ଷ ସତୁରି ହଜାର ଟଙ୍କା ମଞ୍ଜୁର ହୋଇଛି l ଏହି ଅନୁଦାନ ମଞ୍ଜୁର କରିଥିବାରୁ ମହାବିଦ୍ୟାଳୟ ପରିବାର ପକ୍ଷରୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି l ସୂଚନାଯୋଗ୍ୟ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଭିର୍ତ୍ତିଭୂମିର ଉନ୍ନତି ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ ଓ ଶିକ୍ଷାର ମାନ ବୃଦ୍ଧି ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛି l ଏହି ଅର୍ଥ ରାଶି ମଞ୍ଜୁର ହେବା ଦ୍ୱାରା ମହାବିଦ୍ୟାଳୟର ସାମଗ୍ରିକ ବିକାଶ ହେବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଭୁତି ଭୂଷଣ ରଥ ପ୍ରକାଶ କରିଛନ୍ତି l ଏଥି ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l