ବାଲିଆପାଳ, ୧୦/୯ (ପ୍ରଭାକର ମଲ୍ଲିକ) : ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତ ର୍ଗତ ହଳଦୀପଦା ସ୍ଥିତ ଅଗ୍ରୱାଲା ସରକାରୀ ଉଚ୍ଚବିଦ୍ୟାଳୟରେ ଉତ୍ତର ଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋ ଗିତା ଉତ୍ସାହ ଓ ଉଦ୍ଦୀପନାର ସହ ସହିତ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜୋନ ଅନ୍ତର୍ଗତ ବିଭିନ୍ନ ସ୍କୁଲ ର ୧୪ ରୁ ୧୭ ବର୍ଷ ବର୍ଗର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉଦ୍ଘାଟନୀ ସଭାରେ ବିଦ୍ୟା ଳୟର ପ୍ରଧାନ ଶିକ୍ଷକ ଡ:କୌଶିକ କୁମାର ଦାସ ସଭାପତିତ୍ଵ କରିଥିଲେ।ସେ ନିଜ ଅଭିଭାଷଣ ରେ କହିଥିଲେ ଯେ କ୍ରୀଡା କ୍ରୀଡା ଛାତ୍ର/ଛାତ୍ରୀଙ୍କୁ ଶାରୀରିକ ସୁସ୍ଥତା ସହିତ ମାନସିକ ଦୃଢ଼ତା, ଶୃଙ୍ଖଳା,ଧର୍ଯ୍ୟ ଓ ଆତ୍ମବିଶ୍ବାସକୁ ବୃଦ୍ଧି କରେ। ଜିତିବା ଅପେକ୍ଷା ଖେଳର ନିୟମ ମାନି ସତ୍ୟନିଷ୍ଠା ଓ କ୍ରୀଡ଼ାସୁଲଭ ଗୁଣ ମନୋ ଭାବରେ ଅଂଶ ଗ୍ରହଣ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିରିନ୍ସିପାଲ ଗୋକୁଳ କୃଷ୍ଣ ବେହେରା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ସମ୍ମାନିତ ଅଥିତି ଭାବେ କସିପଦା ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ଦାସ,ମହାପାତ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି କଲ୍ୟାଣୀ ସାହୁ ସି ଆର ସି ସି ରାଇସୁଆଁ କାର୍ତ୍ତିକ କୁମାର ଦାସ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଣେଶ ଚନ୍ଦ୍ର ସେଠୀ,ୱାର୍ଡ ସଦସ୍ୟା ସତ୍ୟଭାମା ନାୟକ,ପୁରାତନ ଛାତ୍ର ସଂସଦ ସଭ୍ୟ ଅନିଲ କୁମାର ସାହୁ ଯୋଗ ଦେଇଥିଲେ। କର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ମଞ୍ଚ ପରିଚାଳ ନା ଶିକ୍ଷୟତ୍ରି ଡ:ପ୍ରତିଭା ମାନ୍ନା,ଇତିଶ୍ରୀ ପଣ୍ଡା କରିଥଲେ।ଛାତ୍ର ଛାତ୍ରୀ ମାନଙ୍କୁ ନେଇ,ଦୌଡ,କବାଡି,କ୍ରିକେଟ,ଭଲିବଲ,ଫୁଟବଲ ଆଦି ବିଭିନ୍ନ ପ୍ରକାରର ଖେଳ ଆୟୋଜନ ହେଇଥିବା ବେଳେ ଉତ୍ତର ଜୋନ ର କ୍ରୀଡା ଶିକ୍ଷକ ରବୀନ୍ଦ୍ର ନାଥ ପ୍ରଧାନ ଓ ଶିକ୍ଷୟତ୍ରି ମାନେ ଖେଳ ପରିଚାଳନା କରିଥିଲେ।ଏହି କ୍ରୀଡା ଆୟୋଜନକୁ ଜୟଶ୍ରୀ ଜେନା,ସୌଭାଗ୍ୟ ଲକ୍ଷ୍ମୀ ସାହୁ,ସରିତା ବାରିକ,ଭବାନୀ ଶଙ୍କର ଭଞ୍ଜ,ଜୟପ୍ରକାଶ ଜେନା ଆଲୋକ ପାଢ଼ୀ,ସସ୍ମିତା ଦାସ, ସୂର୍ଯ୍ୟ ମୟୀ ବେହେରା,ସୁଚିଶ୍ମିତା ପାତ୍ର,ସୁଜାତା ଦାସ ଅଧିକାରୀ ଗୌତମ ଧଳ,ଦୀପକ ସାମଲ,ସଞ୍ଜୟ ଦାସ ଓ ସୌମ୍ୟ ପ୍ରକାଶ ମହାନ୍ତି ସଫଳ କରିବାରେ ସହୋଜୋଗ କରିଥିଲେ।ଶେଷରେ ସ୍କୁଲର ଶିକ୍ଷୟତ୍ରି ରନିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।(ଫୋଟ)