ପାଟଣା :ସାହାରପଡା ବ୍ଲକ ମାଛଗଡ ପଞ୍ଚାୟତ ବାଉଁଶନାଳି ଗ୍ରାମର ବୀର ସିଂ ୧୯୮୬ ମସିହା ରୁ ସିଆରପିଏଫ ରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ଭାରତର ବିଭିନ୍ନ ସ୍ଥାନରେ ମାତୃ ଭୂମିର ସେ ସେବା କରି ଆସିଛନ୍ତି। ଦୀର୍ଘ ବର୍ଷର ସେବାରୁ ଅବସର ଗ୍ରହଣ କରି ଆଜି ଜନ୍ମ ମାଟି ରେ ପାଦ ଦେବା ସମୟରେ ଗ୍ରାମର ପୁରୁଷ ମହିଳା ମାନେ ଏକତ୍ରିତ ହୋଇ ତାଙ୍କ ପାଦକୁ ହଳଦୀ ପାଣିରେ ଧୋଇ ଦେଇଥିଲେ। ଫୁଲ ତୋଡ଼ା ଦେବା ସହିତ ତାଙ୍କ ବେକରେ ନୂଆ ଗାମୁଛା ଉପହାର ଦେଇ ସମ୍ବର୍ଦ୍ଧନା ଦେବା ସହିତ ଗ୍ରାମକୁ ପାଛୋଟି ନେଇଥିଲେ। ଜନ୍ମ ମାଟିକୁ ଫେରି ବୀର ସିଂ ନିଜକୁ ଗୌରବାନୀତ ମନେ କରୁଥିବା ପ୍ରକାଶ କରିବା ସହିତ ଏବେ ଗ୍ରାମର ଜନ୍ମ ମାଟିର ଉନ୍ନତି ଓ ପ୍ରଗତି ପାଇଁ ସେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି।
