ଭୁବନେଶ୍ବର: ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଦିନ ଗଡ଼ିବା ସହ ରହସ୍ୟ ବଢ଼ିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ (ଏସଟିଏଫ୍)କୁ ଆଉ ଏକ ସୁରାକ୍ ମିଳିଛି। ଓରାଙ୍ଗଉଟାନ ଡିଲ୍ ଓ ଚାଲାଣ ସମ୍ପୃକ୍ତ ଥିବା ବିହାରର ଜଣେ ମାଫିଆଙ୍କୁ ଚିହ୍ନଟ କରାଯାଇଛି। ତାକୁ ଧରିବାକୁ ସ୍ଥାନୀୟ ପୁଲିସ ସହାୟତାରେ ବିହାରରେ ଚଢ଼ଉ କରୁଛି ଏସ୍ଟିଏଫ୍। ଏଥିସହ ଓଡ଼ିଶାରୁ କଲକାତା ଯାଏଁ ତଦନ୍ତ ସହ ଏକାଧିକ ହୋଟେଲ୍ ଓ ରାସ୍ତାର ସିସିଟିଭି ସଂଗୃହୀତ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି। ସିସିଟିଭିରେ ଓରାଙ୍ଗଉଟାନ ଚାଲାଣର ଗତିବିଧି ରହିଥିବାରୁ ଏସଟିଏଫ୍ ସ୍ବତନ୍ତ୍ର ଦଳ ଅନୁଧ୍ୟାନ କରୁଛନ୍ତି। ସିସିଟିଭି ଆଧାରରେ ତଦନ୍ତ ବଢ଼ିବା ସହ ସନ୍ଦେହଘେରରେ ଥିବା ମାଫିଆଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲୁଛି।
