ଖୁଣ୍ଟା : ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଖୁଣ୍ଟା ଅଞ୍ଚଳର କନ୍ୟା ତଥା ଡାକ ବିଭାଗର କର୍ମଚାରୀ ସୋନାଲି ଶେଷାଦ୍ରୀ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପରିଚାଳିତ ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ (କେବିସି)ରେ ଭାଗ ନେଇ ହଟ୍‌ସିଟରେ ବସିବାର ଗୌରବ ଲାଭ କରିଛନ୍ତି। ନିଜର ଅଦମ୍ୟ ଇଚ୍ଛାଶକ୍ତି, ଧୈର୍ଯ୍ୟ ଓ ପ୍ରଚେଷ୍ଟା ବଳରେ ସେ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ହଟ ସିଟରେ ବସିବାରେ ସମର୍ଥ ହୋଇପାରିଛନ୍ତି ା ଏହି ସଫଳତା ଖାଲି ମୟୂରଭଞ୍ଜ ଜିଲାରେ ନୁହେଁ, ଓଡ଼ିଶା ପାଇଁ ଗୌରବ ଆଣିଦେଇଛି ଏବଂ ସର୍ବଭାରତୀୟ ସ୍ତରରେ ସେ ଏକ ପରିଚିତ ଚେହେରା ପାଲଟିଛନ୍ତି।