ଦୁବାଇ: ଇଂଲଣ୍ଡର ଅଧିନାୟକ ହ୍ୟାରୀ ବ୍ରୁକ୍‌ ଆଇସିସିି ପୁରୁଷ ଟି୨୦ ବ୍ୟାଟିଂ ମାନ୍ୟତାର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଘରୋଇ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରି ବ୍ରୁକ୍‌ ୫ଟି ସ୍ଥାନର ଉନ୍ନତି ଘଟାଇ ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି। ବ୍ରୁକ୍‌ ପ୍ରଥମ ମ୍ୟାଚ୍‌​‌େ​‌ର ଅପରାଜିତ ଶତକ ହାସଲ କରିବା ସହ ୩ଟି ମ୍ୟାଚ୍‌ରୁ ମୋଟ ୧୭୦ ରନ୍‌ କରିଥିଲେ। ଏହି ଶୃଙ୍ଖଳାରେ ୨ଟି ଅର୍ଦ୍ଧଶତକ ସହ ଚମତ୍କାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ଓପ୍‌ନର ଜୋସ୍ ବଟ୍‌ଲର ଟି୨୦ ବ୍ୟାଟିଂ ମାନ୍ୟତାର ୨ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ଈଶାନ୍ କିଷନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଅଭିଷେକ ଶର୍ମା ୨ୟ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନର ସାହିବଜାଦା ଫର୍‌ହାନ।