ଅତାବିରା: ଅତାବିରା ବ୍ଲକ ଅଧୀନ ଚକୁଳି ପଞ୍ଚାୟତର ତାଲପଦରଟିକ୍ରା କଲ୍ୟାଣ ମଣ୍ଡପରେ ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଗ୍ରାମବାସୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଞ୍ଜନ ମହାନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଣ୍ଡଳ ସଭାପତି ନିରୋଜ ବାରିକ, ପୁଷ୍ପକ ଗାଇଗରିଆ, କୃଷ୍ଣଚନ୍ଦ୍ର ସାଥୁଆ, ବିକାଶ ଗଡ଼ତିଆ, ଓଡ଼ିଶା ରାଜ୍ୟ କୃଷକ ସଂଗଠନର ପୂର୍ବତନ ସଭାପତି ବୀରେନ୍ଦ୍ର କର, ଗ୍ରାମ୍ୟ କମିଟି ସଭାପତି ସିଏଚ ସତ୍ୟନାରାୟଣ, ବିଜେପି ନେତା ଜିବି ରାଓ, ଆର କୃପା ରାଓ, ଚକୁଳି ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିଗଣଙ୍କୁ ଗ୍ରାମବାସୀଙ୍କ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ।
ବିଧାୟକ ନିହାରରଞ୍ଜନ ମହାନନ୍ଦ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଏ ଅଞ୍ଚଳର ବିକାଶ କରିବା ମୋର ପ୍ରଥମ କର୍ତବ୍ୟ। ସରଣ୍ଡାର ବାବା ବିଶ୍ୱେଶ୍ୱର ଶୈବ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି। ସରକାର ଆପଣମାନଙ୍କର ମୁଁ ସେନାପତି ଭାବେ କାମ କରୁଛି। ବିକାଶ ପାଇଁ ଟଙ୍କାର ଅଭାବ ନାହିଁ, ଆପଣମାନଙ୍କ ଆଶୀର୍ବାଦ ଥାଉ। କାର୍ଯ୍ୟକ୍ରମକୁ ତ୍ରିଲୋଚନ ନାୟକ ସଂଯୋଜନା କରିଥିଲେ।