ମୋହନା: ବାଇକ ଧକ୍କାରେ ଜଣେ ବୃଦ୍ଧ ମୃତ | ଏଭଳି ଦୁଃଖଦ ଘଟଣା ଘଟିଛି କଣ୍ଟେଇକୋଳି ଗ୍ରାମ ନିକଟରେ | ସୂଚନା ମୁତାବକ କଣ୍ଟେଇକୋଳି ଗ୍ରାମ ନିକଟରେ ରହୁଥିବା ଶବ ନାୟକ (୬୦ ) ନିଜ ଚା ଦୋକାନରୁ କାମ ସାରି ଘରକୁ ଫେରିବା ସମୟରେ ରାସ୍ତା ପାର ହେଉଥିବା ବେଳେ ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ବାଇକ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା | ଫଳରେ ଶବ ନାୟକ ରାସ୍ତା କଡକୁ ଛିଟିକି ପଡ଼ିଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଏକ ଅଟୋ ଦ୍ୱାରା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଡାକ୍ତର ଶବ ନାୟକଙ୍କୁ ମୃତ ଘୋଷଣା କରିଛନ୍ତି | ଅପରପକ୍ଷେ ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିବାବେଳେ ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି |
