ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲହଡା ତା ,୧୩/୧୦/26: ପାଳଲହଡା ବ୍ଲକ ନମପଶି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଥିଲେ । ସ୍କୁଲ ପାଟକରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ » ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା » ଦୁଇ ଘଣ୍ଟା ଅଟକିଲେ ଶିକ୍ଷକ, ଶିକ୍ଷୟିତ୍ରୀ  ଧାରଣାରେ ବସିଥିଲେ । ଫଳରେ ଦୁଇ ଘଣ୍ଟା ଧରି ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପ୍ରବେଶ କରିପାରିନଥିଲେ । ପରେ ବିଭାଗୀୟ ଅଧିକାରୀଙ୍କ ବୁଝାସୁଖ ପରେ ପରିସ୍ଥିତିରେ ସୁଧାର ଆସିଥିଲା। ପ୍ରକାଶ ଯେ, ନମପଶି ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୨୪ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫ ଜଣ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୦୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଥିଲେ । ଚଳିତ ବର୍ଷ ଜଣେ ଶିକ୍ଷକ ଅବସର ଗ୍ରହଣ କରିଥିଲେ । କିଛି ମାସ ପୂର୍ବରୁ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁବାରୀ ହେସା ଓ ଗଣେଶ୍ଵର ନାୟକ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବରେ ଅନ୍ୟରୁ ବଦଳି ହୋଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟଜଣେ ଶିକ୍ଷକ ଦିବାଚର ମାଝି ପଦୋନ୍ନତି ପାଇ ବଦଳି ହୋଇଥିଲେ। ଦୁଇ ମାସ ହେଲା ଭଳ ପ୍ରାଥମିକ ଶ୍ରେଣୀରେ ଜଣେ ମାତ୍ର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଓ ଅଭିଭାବକ ବାରମ୍ବାର ଦାବି କରିଆସୁଛନ୍ତି । ନିକଟରେ ବିଭାଗ ପକ୍ଷରୁ ସେହି ଗ୍ରାମର ଜଣେ ଶିକ୍ଷୟିତ୍ରୀ, ଯିଏ ପୂର୍ବରୁ ଖୁଲୁଡି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି; ତାଙ୍କୁ ନମପଶି ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି I ହେଲେ ତାଙ୍କୁ ଗ୍ରାମବାସୀ, ଅଭିଭାବକ ଗ୍ରହଣ କରିପାରୁନାହାନ୍ତି । ତାଙ୍କ ବଦଳିକୁ ବିରୋଧ କରିବା ସହ ଏ ବିଷୟରେ ବିଇଓଙ୍କୁ ଜଣାଇଥିଲେ। ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ଆଜି ପୂର୍ବାହ୍ନ ୯ଗରୁ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପାଳଲହଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପହଞ୍ଚି ବୁଝାସୁଖୀ କରିଥିଲେ । ଏକ ସପ୍ତାହ ମଧ୍ୟରେ ଜଣେ ଶିକ୍ଷକ ଓ କିଛି ଦିନ ପରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରାଯିବା ସହିତ ବିଦ୍ୟାଳୟକୁ ବଦଳି ହୋଇଥିବା ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ଦୁଇ ଘଣ୍ଟା ପରେ ବିଦ୍ୟାଳୟ ଫାଟକ ଖୋଲିଥିଲା ।