ପୁରୀ,୯/୧୦-ପୁରୀ ପୋଲିସ ପକ୍ଷରୁ ମଦର୍ସ ପବ୍ଲିକ ସ୍କୁଲରେ ସାଇବର ଅପରାଧ, ବିଶେଷକରି ସୋସିଆଲ ମିଡିଆ ସମ୍ବନ୍ଧୀୟ ଅପରାଧ ଏବଂ ନିଶାମୁକ୍ତ ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି ପ୍ରତୀକ ସିଂ ପ୍ରାୟ ଦେଢ଼ ଘଣ୍ଟା ଧରି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସାଇବର ସୁରକ୍ଷା, ସୋସିଆଲ ମିଡିଆର ସୁରକ୍ଷିତ ଓ ଦାୟିତ୍ୱଶୀଳ ବ୍ୟବହାର ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅଡିଓ-ଭିଜୁଆଲ୍ ପ୍ରଦର୍ଶନୀ ମାଧ୍ୟମରେ ବିଭିନ୍ନ ବିଷୟ ବୁଝାଇ ଦିଆଯାଇଥିଲା।
ଏହି ଅବସରରେ ଏସଡିପିଓ ସଦର ମାନସ ରଞ୍ଜନ ବାରିକ ଓ ଡିଏସପି ସାଇବର ପୋଲିସ ଷ୍ଟେସନ୍ ରାଜ କୁମାର ପରିଡ଼ା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୋଗୁପ୍ତା ପରଭିନ୍ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସାଇବର ସୁରକ୍ଷିତ ରୁହନ୍ତୁ, ସୋସିଆଲ ମିଡିଆର ଦାୟିତ୍ୱଶୀଳ ବ୍ୟବହାର କରନ୍ତୁ, ନିଶାକୁ ନା କହନ୍ତୁ ଆଜିର ସଚେତନତା, ଆସନ୍ତାକାଲିର ସୁରକ୍ଷିତ ସମାଜ ବାର୍ତ୍ତା ପ୍ରଦାନ କରାଯାଇଥିଲା । ସ୍ଲୁଲର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।
ମଦର୍ସ ପବ୍ଲିକ ସ୍କୁଲରେ ସାଇବର ସଚେତନତା ନିଶାମୁକ୍ତ ଅଭିଯାନ
Related Posts
ବନ୍ୟା ସାଜିଲା ଗର୍ଭବତୀଙ୍କ ଯନ୍ତ୍ରଣା ;ଅଧାବାଟରେ ଓଲଟିଲା ବୋଟ୍
ଭଞ୍ଜନଗର:ବନ୍ୟା ସାଜିଛି ଗର୍ଭବତୀଙ୍କ ଯନ୍ତ୍ରଣାର କାରଣ। ବୋଟ ଗଲା କିନ୍ତୁ ଉଦ୍ଧାର ପାରିଲେନି ଗର୍ଭବତୀ । ଅଧାବାଟରେ ଓଲଟିଲା ବୋଟ ସେପଟେ ଯନ୍ତ୍ରଣାର ଛଟପଟ ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ମଧ୍ୟରେ ଭଞ୍ଜନଗର ବ୍ଲକ୍ ବାଇବାଲି ଗ୍ରାମପଞ୍ଚାୟତର ତଡ଼ମା…
ବସ୍ତା ଲାୟନ୍ସ କ୍ଲବ ତରଫରୁ ରିଲିଫ ବଣ୍ଟନ
ବାଲେଶ୍ଵର , ୨୨/୯ (ପ୍ରଭାକର ମଲ୍ଲିକ): ବାଲେଶ୍ଵର ଜିଲ୍ଲା ବସ୍ତା ଲାୟନ୍ସ କ୍ଲବ ପକ୍ଷରୁ ବସ୍ତା ଜଳକା ନଦୀର ବନ୍ୟା ପ୍ରପୀଡିତ ଅସହାୟ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବନ୍ୟା ପ୍ରପୀଡିତ ପେଗରପଡା, ପଥୁରିଆ,ଦୁଧହଂସା ଆଦି ଗ୍ରାମର ୯୦ ଲୋକଙ୍କ…
