କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ବାଲି ଯାତ୍ରାରେ ଅଘଟଣ। ହାଇସ୍କୁଲ ସମ୍ମୁଖରେ କୌଣସି ବିଷୟ ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଏହି ଘଟଣାରେ ମହେଶ କାଡ୍ରାକା (୨୨)ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ, ରହନ କାଡ୍ରାକା (୧୮)ଗୁରୁତର ଆହତ ହୋଇଛନ୍ତି। ଆହତ ରହନଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଳା ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ହିଂସାକାଣ୍ଡକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଘଟଣା ସ୍ଥଳରୁ ପଲିସ ଦୁଇ ଜଣକୁ ଉଦ୍ଧାର କରି ପ୍ରଥମେ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ସଙ୍ଗେ ସଙ୍ଗେ କଲ୍ୟାଣ ସିଂହପୁର ଡାକ୍ତରଖାନା ଆଣିଥିଲେ । ଘଟଣାକୁ ନେଇ ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ନଜର ରହିଛି। ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଘଟଣା ହୋଇଥିବା ଶୁଣିବାକୁ ମିଳିଛି। ରହନଙ୍କ ଅବସ୍ଥା ଗୁରୁତର ରହିଥିବାରୁ ରାୟଗଡା ମୁଖ୍ୟଚିକିତ୍ସାଳୟକୁ ପଠା ଯାଇଛି।