ଜି ଉଦୟଗିରି: ଜି ଉଦୟଗିରି ହାତିବାଲି ସାହି ବାରଳିନୀ ମନ୍ଦିର ନିକଟରୁ ଏକ ୧୫ ଫୁଟିଆ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ ଟିମ। ସାହିଲୋକେ ଦେଖି ଏହାକୁ ଭୟଭୀତ ହୋଇ ପଡ଼ିଥିବା ବେଳେ ସ୍ନେକ ହେଲ୍ପ ଲାଇନ ଟିମକୁ ଖବର ଦେଇଥିଲେ। ଖବର ପାଇ ସାଙ୍ଗେ ସାଙ୍ଗେ ସ୍ନେକ ହେଲ୍ପ ଲାଇନ ଟିମ ସଦସ୍ୟ ପ୍ରବୀଣ ନାୟକ, ଚିଣ୍ଟୁ ଯୁଣ୍ଡି, ବାପୁନି ଆର୍ଜେଲି,ବାବୁନା ପ୍ରଧାନ,କାହ୍ନ ଆର୍ଜେଲି ପ୍ରମୁଖ ଏକ ଘଣ୍ଟା ପରିଶ୍ରମ କରି ସାପକୁ ଧରିଥିବା ବେଳେ ଏହାକୁ ଦେଖିବାକୁ ବଜାର ରେ ଲୋକଙ୍କ ଭିଡ଼ ଲାଗିଥିଲା। ଶେଷରେ ଏହାକୁ ସ୍ନେକ ହେଲ୍ପ ଲାଇନ ଟିମ କଳିଙ୍ଗା ଜଙ୍ଗଲ ରେ ଛାଡିଥିବା ଜଣା ପଡିଛି.।
