ଷ୍ଟକହୋମ୍:ଅର୍ଥନୀତି କ୍ଷେତ୍ରରେ ୨୦୨୬ ବର୍ଷ ପାଇଁ ନୋବେଲ୍ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି। ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ। ମାକ୍ରୋ ଅର୍ଥନୀତିର ସ୍ଥିରତା ପାଇଁ ମାଇକ୍ରୋ ଅର୍ଥନୀତିର ଭିତ୍ତିଭୂମି ସମ୍ପର୍କିତ ଗବେଷଣା ଲାଗି ସେମାନଙ୍କୁ ଏହି ପୁରସ୍କାର ମିଳିଛି। ରୟାଲ୍ ସ୍ୱିଡିସ୍ ଏକାଡେମି ଅଫ୍ ସାଇନ୍ସେସ୍ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି।