ଭୁବନେଶ୍ୱର: ଆଗାମୀ ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ଦଳ ଗଠନ କରାଯାଇଥିବାବେଳେ ଦଳରେ ୪ ଜଣ ନୂଆ ମୁହଁଙ୍କୁ ସାମିଲ କରାଯାଇଛି। ନୂଆ ଓ ଅଭିଜ୍ଞ ଖେଳାଳିଙ୍କ ସମନ୍ୱୟରେ ଓଡ଼ିଶା ଦଳ ମଇଦାନକୁ ଓହ୍ଲାଇବ।

ଦଳରେ ନୂଆ ମୁହଁ ଭାବେ ସ୍ବସ୍ତିକ ସାମଲ, ଓମ୍‌ ଟି. ମୁଣ୍ଡେ, ଗୌରବ ଚୌଧୁରୀ ଓ ଶ୍ରେୟାଂଶ ଭରଦ୍ବାଜଙ୍କୁ ସୁଯୋଗ ମିଳିଛି। ରଣଜୀ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ଏହି ଖେଳାଳିମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହେବ।ଅନ୍ୟପକ୍ଷରେ ଦଳରେ ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଆଶୀର୍ବାଦ ସ୍ବାଇଁ ଓ ଦୀନେଶ ମାଝୀଙ୍କ ଭଳି ଖେଳାଳି ରହିଛନ୍ତି। ସେହିପରି ନିନାଦ ରାଠୱା, ଲଳିତ ଯାଦବ, ରାଜେଶ ମହାନ୍ତି ଓ ପ୍ରଶାନ୍ତ ରଣା ମଧ୍ୟ ଦଳର ଅଂଶ ହୋଇଛନ୍ତି।