ଭୁବନେଶ୍ୱର : ଆଜି ବିଜେଡି ପକ୍ଷରୁ ଗାନ୍ଧୀ ମାର୍ଗରେ ବିଶାଳ ଗଣ ବିକ୍ଷୋଭ ହେଉଛି। ଏଥିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି। ଗାନ୍ଧୀ ମାର୍ଗରେ ଦେଖାଯାଇଛି ବିରୋଧୀଙ୍କ ଗର୍ଜନ। ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନବୀନ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ।
ଅନ୍ୟପଟେ ଏହି ଗଣ ଧାରଣାରେ ନବୀନ ପଟ୍ଟନାୟକ ଆହ୍ୱାନ ଦେଇ କହିଛନ୍ତି, ଓଡିଶାର ସ୍ୱାର୍ଥ ପାଇଁ ଆମେ ଏକାଠି ହୋଇଛୁ। ସାଢେ ୪ କୋଟି ଓଡିଆଙ୍କ ହକ୍ ପାଇଁ ଲଢେଇ ଜାରି ରହିବ। ଜେନ୍ ଜିଙ୍କ ସ୍ୱାର୍ଥ ପାଇଁ ଆମର ଲଢେଇ ଜାରି ରହିବ। ଜେନ ଜି ଓ ଓଡିଶାବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ। ଆମ ଲଢେଇରେ ସାମିଲ ହେବାକୁ ସବୁ ଦଳକୁ ଆହ୍ୱାନ କରୁଛୁ। ଏମାଟି ପାଇଁ ଏକାଠି ହେବା ଦରକାର। ଏମଏମଡିଆରକୁ ଆମ ରାଜ୍ୟରେ ଲାଗୁ କରାଇ ଦେବା ନାହିଁ। ଶେଷ ନିଶ୍ୱାସ ଯାଏଁ ଲଢିବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ।