ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଅଯୋଗ୍ୟତା ସମ୍ପର୍କରେ କଡ଼ା ନିୟମ ଲାଗୁ ହୋଇଛି। ନିର୍ବାଚନରେ ଛିଡ଼ା ହେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ବୟସ, ଉପସ୍ଥାନ, ଶିକ୍ଷାଗତ ଯୋଗ୍ୟତା ସହ ଶୃଙ୍ଖଳା ଓ ଆଚରଣ ସମ୍ପର୍କିତ ନିୟମ ପାଳନ କରିବାକୁ ପଡ଼ିବ।
ନିୟମ ଅନୁଯାୟୀ, UG ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଦରକାର। ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବା ସହ ଅତିକମରେ ୭୫ ପ୍ରତିଶତ କ୍ଲାସ୍ ଉପସ୍ଥାନ ରହିବା ବାଧ୍ୟତାମୂଳକ କରାଯାଇଛି।ନିର୍ବାଚନ ଲଢ଼ିବାର ସୁଯୋଗକୁ ନେଇ ମଧ୍ୟ ନିୟମ ରହିଛି। ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ କେବଳ ଥରେ ନିର୍ବାଚନ ଲଢ଼ିପାରିବେ। ତେବେ Executive Member ପଦ ପାଇଁ ଦୁଇଥର ନିର୍ବାଚନ ଲଢ଼ିବାର ସୁଯୋଗ ରହିବ।
