ବ୍ରହ୍ମପୁର: ଛାତ୍ର ସଂସଦ ନିର୍ବାଚନକୁ ନେଇ ବ୍ରହ୍ମପୁରସ୍ଥିତ ଖଲିକୋଟ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ନିର୍ବାଚନୀ ପ୍ରସ୍ତୁତିକୁ ନେଇ କ୍ୟାମ୍ପସରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ଯୁବକମାନଙ୍କୁ ଥାନାକୁ ନେଇଥିଲା। ପରେ ଉଭୟ ଗୋଷ୍ଠୀର ମୋଟ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣାକୁ ନେଇ କିଛି ସମୟ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା।