ପିପିଲି:ପିପିଲିର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ଉପଚାର ପୂଜା ନୀତି । ସହସ୍ର କୁମ୍ଭାଭିଷେକ, ଦେବୀ ଉତ୍ଥାପନ ନୀତି ପରେ ମନ୍ଦିରରେ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ମା’ଙ୍କ ପୀଠରେ ଏବେ ଗୁଞ୍ଜରିତ ହେଉଛି ଚଣ୍ଡୀପାଠ । ମା’ କନକ ଦୁର୍ଗାଙ୍କ ଶାରଦୀୟ ପାର୍ବଣ ଉତ୍ସବ ପାଇଁ ସମଗ୍ର ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇଉଠିଛି । ଏହା ହେଉଛି ପିପିଲି ଓ ଆଖପାଖ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ । ଏଠାରେ ଉଭୟ ବଙ୍ଗୀୟ ପଦ୍ଧତି ଓ ଉତ୍କଳୀୟ ପଦ୍ଧତିରେ ଶାରଦୀୟ ପୂଜା ବହୁକାଳ ଧରି ଅନୁୁଷ୍ଠିତ ହୋଇଆସୁଅଛି । ଯାହାକି, ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ ।
