ଜି ଉଦୟଗିରି: କଂଗ୍ରେସ ପକ୍ଷରୁ ୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ। ସ୍ଥାନୀୟ ବନ୍ଧ ଛକ ଠାରୁ ଜି ଉଦୟଗିରି ବ୍ଲକ ଓ ନଗର କଂଗ୍ରେସ ତରଫରୁ ଭୀମରାଜ ନାୟକଙ୍କ ଆହ୍ୱାନ କ୍ରମେ ବ୍ଲକ ସଭାପତି ମନମୋହନ ପ୍ରଧାନଙ୍କ ନେତୃତ୍ୱରେ ରାଲିରେ ବାହାରି ଗାନ୍ଧୀ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଉକ୍ତ ରାଲିରେ ନଗର ସଭାପତି ରାମସୁବ୍ରମଣ୍ୟ ନାୟକ, ବରିଷ୍ଠ କଂଗ୍ରେସ ନେତା ଶାନ୍ତନୁ ପ୍ରଧାନ, ସମ୍ପାଦକ ଗୋପାଳ ନାୟକ, ବିବୁନା ନାୟକ, ଯାକେଶ ପ୍ରଧାନ, ବିଧାୟକ ପ୍ରତିନିଧି ମଧୁଲିନା ଡିଗାଲ, ପ୍ରେମ ପ୍ରକାଶ ସିଂ ଓ ବକ୍ସି ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।