ଧାମରା:ଧାମରା ମତ୍ସ୍ୟପୋତାଶ୍ରୟ ଅଧୀନରେ ଥିବା ଏକ ମାଛଧରା ଟ୍ରଲରରୁ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ଖସିପଡ଼ି ନିଖୋଜ ହୋଇଥିବା ନେଇ ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ‘ଓମ୍‌ ତାରିଣୀ ମା’ ନାମକ ମାଛଧରା ଟ୍ରଲରଟି ମାଛ ଧରି ସମୁଦ୍ରରୁ ଫେରୁଥିବା ସମୟରେ ଏଥିରେ କାର୍ଯ୍ୟରତ ମତ୍ସ୍ୟଜୀବୀ ରବୀନ୍ଦ୍ର ସିଂ (୩୭) କୌଣସି କାରଣରୁ ସମୁଦ୍ରକୁ ଖସିପଡ଼ିଥିଲେ। ତେବେ ସେ କେଉଁ ସ୍ଥାନରେ ଟ୍ରଲରରୁ ଖସିପଡ଼ିଥିଲେ କିମ୍ବା କେଉଁଠାରେ ନିଖୋଜ ହୋଇଛନ୍ତି, ସେ ସମ୍ପର୍କରେ ଏଯାବତ୍‌ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।ନିଖୋଜ ରବୀନ୍ଦ୍ରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଡୁମୁରଡିହ ଗ୍ରାମରେ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଧାମରା ସାମୁଦ୍ରିକ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ମଧ୍ୟ ଉଦ୍ୟମ ଚାଲିଛି।