ବୁର୍ଲା : ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୧୫ଟି ସ୍ଲୁଇସ୍ ଗେଟ୍ ମଧ୍ୟରୁ ଗୁରୁବାର ସକାଳେ ୩ ପର୍ଯ୍ୟାୟରେ ୧୩ଟି ସ୍ଲୁଇସ୍ ଗେଟ୍କୁ ବନ୍ଦ କରି ଦିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨ଟି ସ୍ଲୁଇସ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।
