ଭୁବନେଶ୍ୱର : ପୁଣି ରାଜଧାନୀରେ ଲଜ୍ଜା। ବନ୍ଧୁକ ଦେଖାଇ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଗୁରୁବାର ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ଯୁବତୀଙ୍କ ଜଣକ ଘରେ ଏକା ରହୁଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଡିସିପି, ଜୋନ ଏସିପି ଓ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାଜଧାନୀର ବିଭିନ ଅଞ୍ଚଳରେ ଛାନଭିନ୍ ସହ ସିସିଟିଭି ଯାଞ୍ଚ ଚାଲିଛି।