ବ୍ରହ୍ମପୁର:  ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଧରାକୋଟ ଥାନା ଘାସିବିଲି ଓ କମାଶାସନ ଛକ ମଝିରେ ଯୁବକକୁ ମରଣାତ୍ମକ ଆକ୍ରମଣ ହୋଇଛି l ଗୁରୁତର ଯୁବକ ଜଣକ ହେଲେ ଆସିକା ଗୌଡଗୋଠ ଗାଁର କାଳିଆ ନାହକ l ସେ ଆସିକାରୁ ନିଜ ଗାଁ ଗୌଡଗୋଠକୁ ଫେରିବା ସମୟରେ କିଛି ଯୁବକ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ l ଫଳରେ ଘଟଣା ସ୍ଥଳରେ ଗୁରୁତର ହୋଇଥିଲେ l ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ l ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍ .କେ ସି. ଜି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି l