ବାଲେଶ୍ୱର(ପ୍ରଭାକର ମଲ୍ଲିକ ) : ଜୀବନକୁ ବାଜି ଲଗାଇ ଷାଠିଏ ଲୋକଙ୍କୁ କଲେ ଉଦ୍ଧାର, ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା କସିପଦା ପଞ୍ଚାୟତର ନରଣଡିହ ଗ୍ରାମରେ ରାତି ଅଧରେ ୬୦ରୁ ଉର୍ଧ୍ଵ ଲୋକଙ୍କୁ ବନ୍ୟା ପାଣିରୁ ଉଦ୍ଧାର କରି ଚର୍ଚ୍ଚାରେ ରହିଛନ୍ତି ବସ୍ତା ଅଗ୍ନିଶମ ବିଭାଗ ସହ ସିଭିଲ ଡିଫେନ୍ସର କର୍ମ କର୍ତ୍ତା, ସୂଚନା ଅନୁସାରେ ଗତ କାଲି ରାତି ପାଖା ପାଖି ବାରଟା ସମୟରେ ନରଣଡିହ ଗ୍ରାମର ଗୋଟିଏ ପଟରେ ଜଳକା ନଦୀର ପାଣି, ଅନ୍ୟ ପଟ ରେ ବୁଢ଼ାବଳଙ୍ଗ ନଦୀର ବନ୍ୟା ପାଣି ସମଗ୍ର ଅଂଚଳକୁ ଘେରି ରଖିଥିବା ବେଳେ, ରାତିରେ ବନ୍ୟା ପାଣି ଲୋକମାନଙ୍କର ଘରେ ପଶି ଥିଲା, ଏହାକୁ ଦେଖି ଲୋକେ ଛାନିଆ ହୋଇ ଜୀବନ ବଞ୍ଚାଇବାକୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ, ଖବର ପାଇ ବିଳମ୍ବିତ ରାତି ରେ ବସ୍ତା ଅଗ୍ନିଶମ ବିଭାଗର ଅଧିକାରୀ ଗଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ ଏବଂ ସିଭିଲ ଡିଫେନ୍ସ ଚାରି ଉଦୀୟମାନ ଯୁବକ ସୁବ୍ରତ ଜେନା, ଶଶାଙ୍କ ଶେଖର ଦେ , ହାରାଧାନ ଦେ,କୁମୁଦ ରଞ୍ଜନ ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ,ତେବେ ରାତ୍ରିର ଅନ୍ଧାରରେ ପବନ ସହିତ ତୁହାକୁ ତୁହା ବର୍ଷା ଲାଗିରହିଥିଲେ ମଧ୍ୟ ନିଜ ନିଜର ଜୀବନକୁ ବାଜି ଲଗାଇ ଦେଇଥିଲେ ଉଦ୍ଧାରକାରୀ ଦଳ, ଆଉ ଭୋର ଚାରିଟା ସମୟରେ ସ୍ଥାନୀୟ ନେତୃତ୍ୱ ମଣ୍ଡଳୀଙ୍କ ସହଯୋଗରେ ଉଦ୍ଧାର ଶେଷ କରି ସମସ୍ତ ଲୋକଙ୍କୁ ଆଣି କସିପଦା ପ୍ରାଥମିକ ବିଦ୍ୟାଳୟରେ ଛାଡିଥିଲେ