ଭଦ୍ରକ: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ୫ଟି ବ୍ଲକ୍ରେ ଆସନ୍ତାକାଲି ସମସ୍ତ ସ୍କୁଲ୍ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।ଛୁଟି ଘୋଷଣା ହୋଇଥିବା ବ୍ଲକ୍ଗୁଡ଼ିକ ହେଲା ଧାମନଗର, ଭଦ୍ରକ, ଚାନ୍ଦବାଲି, ତିହିଡି ଓ ବାସୁଦେବପୁର। ଏହି ୫ଟି ବ୍ଲକ୍ର ମୋଟ ୩୦୬ଟି ସ୍କୁଲ୍ ଆସନ୍ତାକାଲି ବନ୍ଦ ରହିବ।ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା ଦେଖାଦେଇଥିବାରୁ ପିଲାମାନଙ୍କୁ ସ୍କୁଲ୍ ଯିବାରୁ ଦୂରେଇ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
