କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ଏକ ଦାନ୍ତହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁହୋଇଛି। ମୃତ ଚାଷୀ ଜଣକ ହେଲେ ପରଜଙ୍ଗ ଥାନା କେନ୍ଦୁପଶି ଗ୍ରାମର ବୁଲା ମହାରଣା। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଭୂଦାନ ନିକଟରେ ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ଆଜି ବୁଲା ନିଜ ଚାଷ ଜମିକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ l ଗୁରୁତର ଅବସ୍ଥାରେ ଉଦ୍ଧାରକରି ପରିବାରଲୋକେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଏଠି ବୁଲାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଚଳାଇଛି।