ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ଅଁଳା ଡିହା ଗ୍ରାମର ଡମ୍ବରୁଧର ମୁଣ୍ଡାଙ୍କ ପୁଅ ରଜତ ମୁଣ୍ଡାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ରଜତ ଜଣେ ରାଜମିସ୍ତ୍ରୀଙ୍କ ସହ ସିଲିଦା ଗ୍ରାମକୁ ନିର୍ମାଣ କାମ କରିବାକୁ ଆସିଥିଲେ। ଆଜି ସନ୍ଧ୍ୟାରେ ରଜତଙ୍କ ମର ଶରୀର ସେହି ଗ୍ରାମରେ ଏକ ବାଲିଗଦା ଉପରେ ପଡ଼ିଥିବା ଦେଖାଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ପାଟଣା ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି ।
