ସମ୍ବଲପୁର:ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟରିଜ୍ ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଆୟ ସହ ସମନ୍ୱୟ ନଥିବା ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତଦନ୍ତ ଜାରି ରହିଛି।

ଭିଜିଲାନ୍ସ ପକ୍ଷରୁ ହୋଇଥିବା ତଲାସୀ ସମୟରେ ଉମାକାନ୍ତଙ୍କ ସହ ସମ୍ପୃକ୍ତ ୪ଟି ବହୁତଳ କୋଠା, ୩୦ଟି ମୂଲ୍ୟବାନ ପ୍ଲଟ୍ ଏବଂ ପ୍ରାୟ ୩୬.୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ ଅନ୍ୟାନ୍ୟ ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଉଛି।