ନୂଆପଡା: ନୂଆପଡ଼ା ଜିଲ୍ଲାରେ ଶିଳ୍ପ କ୍ଷେତ୍ରରେ ନୂତନ ନିବେଶକୁ ପ୍ରୋତ୍ସାହନ ଦେବା ଏବଂ ନିବେଶକମାନଙ୍କୁ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ସୁଗମ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ କର୍ତ୍ତୃପକ୍ଷ (DLSWCA) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ କୋମନା ବ୍ଲକ୍ ଛିନ୍ଦପାଣିସ୍ଥିତ ମେସର୍ସ ଚାକାନାୟନା ଟେକ୍ସଟାଇଲ୍ (ଜିନିଂ ମିଲ୍) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ପ୍ରାୟ ୭.୬୧ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ଏହି ୟୁନିଟ୍ର ବାର୍ଷିକ ଉତ୍ପାଦନ କ୍ଷମତା ୨,୦୦୦ ମେଟ୍ରିକ୍ ଟନ୍ ରହିବ। ଏଥିସହ ଖଡ଼ିଆଳ ସ୍ଥିତ ଶ୍ୟାମକୁମ୍ ରିସର୍ଟ ପାଇଁ ୬.୫୬ ଏକର ଜମିର ଲ୍ୟାଣ୍ଡ କନଭର୍ସନ୍ (Land Conversion) ପ୍ରସ୍ତାବକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଛି । ଜିଲ୍ଲାରେ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସହ ବିଭିନ୍ନ ଅନୁମୋଦନ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ସମୟବଦ୍ଧ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଜିଏମ୍, ଡିଆଇସି ସମୀର ମୁଦୁଲିଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
