ନୂଆପଡ଼ା ସୁନସୁନିଆସ୍ଥିତ ମହାମାୟା ଆଇନ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସୁହାସ ଚାକମା-ବନାମ-ଭାରତ ସରକାର ଓ ଅନ୍ୟାନ୍ୟ [ୱ୍ରିଟ୍ ପିଟିସନ୍ (ସିଭିଲ୍) ନଂ ୧୦୮୨/୨୦୨୦] ମାମଲା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅନିଲ କୁମାର ତାଣ୍ଡି, ମହାବିଦ୍ୟାଳୟ ର ଅଧ୍ୟାପକଗଣ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ସୁହାସ ଚାକମା-ବନାମ-ଭାରତ ସରକାର ଓ ଅନ୍ୟାନ୍ୟ [ୱ୍ରିଟ୍ ପିଟିସନ୍ (ସିଭିଲ୍) ନଂ ୧୦୮୨/୨୦୨୦] ମାମଲା ର ଐତିହାସିକ ରାୟ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ ମାଗଣା ଆଇନ ସେବା ପ୍ରଦାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ବିଷୟରେ ଚର୍ଚ୍ଚା କରିଥିଲେ ।
