ଭୁବନେଶ୍ବର: ସମ୍ ହସ୍ପିଟାଲରୁ ନୂଆଗାଁ ଛକ ମଧ୍ୟରେ ଏକ ଦ୍ରୁତଗାମୀ କଳା ସ୍କର୍ପିଓ ସିରିଜ୍ ଦୁର୍ଘଟଣା ଘଟାଇଛି । ଦ୍ରୁତଗତିରେ ଯାଉଥିବା ଏହି ସ୍କର୍ପିଓଟି ପାଖାପାଖି ୨୦ଟି ଗାଡିଙ୍କୁ ଧକ୍କା ଦେବା ପରେ ରାସ୍ତାକଡରେ ଠିଆ ହୋଇଥିବା ଲୋକଙ୍କ ଉପରି ଚଢି ଯାଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଲୋକ ଗୁରୁତର ଆହତ ହୋଇଥିବା ପ୍ରାଥମକ ଖବରରୁ ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକେ ସ୍କର୍ପିଓଟିକୁ କାବୁ କରିବା ସହ ରାସ୍ତାରୋକ କରିଥିଲେ । ଏହି ରାସ୍ତାରେ ମଦ୍ୟବ ଓ ଉତ୍କୃଙ୍ଖଳ ଚାଳକମାନଙ୍କ ଦୌରାତ୍ମ୍ୟ ଯୋକୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
