ବାଲୁଗାଁ ୧୫l୧୦ ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ର ସାଂସଦ ନିର୍ବାଚନରେ ଅନ୍ୟ ପଦବୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଆଜି କେବଳ ସଭାପତି ପାର୍ଥୀ ପାଇଁ ନିର୍ବାଚନ ହୋଇଥିଲା l ଏହି ପଦବୀ ପାଇଁ ପୂଜା ଦିହୁଡି ଓ ରାଜଲଷ୍ମୀ ସ୍ୱାଇଁ ଦୁଇ ଜଣଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା l ପୂଜା ଦିହୁଡି ୪୬୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ରାଜଲଷ୍ମୀ ସ୍ୱାଇଁ ମାତ୍ର ୨୧୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ l ପୂଜା ୨୪୮ ଖଣ୍ଡ ବ୍ୟବଧାନରେ ବାଜିମାତ ମାରିଥିଲେ l ମହାବିଦ୍ୟାଳୟ ମୋଟ ମତଦାତାଙ୍କ ସଂଖ୍ୟା ୭୭୫ ଥିବା ବେଳେ ଆଜି ମାତ୍ର ୬୭୬ ଜଣ ଭୋଟ ଦେଇଥିଲେ l ମହାବିଦ୍ୟାଳୟ ଆଇନ ଶୃଙ୍ଖଳାକୁ ନେଇ ବାଲୁଗାଁ ପୋଲିସ ମୁତୟନ ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ଡ. କୈଳାଶ ଚନ୍ଦ୍ର ମହାରଣା ଶୃଙ୍ଖଳା ସହ ନିର୍ବାଚନ ଶେଷ ହୋଇଛି ବୋଲି ପ୍ରକାଶ କରିଛନ୍ତି l