ନୂଆପଡା: ନୂଆପଡ଼ା ଜିଲ୍ଲା ରେ କଲେଜ ଛାତ୍ର ସଂସଦ ନିର୍ବାଚନ ଶାନ୍ତି ପୂର୍ଣ୍ଣ ଶେଷ ହୋଇଅଛି। ଆଗକୁ ଗଣତି ଏବଂ ଫଳାଫଳ ଘୋଷଣା ବାକି ରହିଲା। ନୂଆପଡ଼ା ଜିଲ୍ଲାର ଦୁଇ ଗୋଟି କଲେଜ,ମଡେଲ ଡ଼ିଗ୍ରୀ କଲେଜ ଏବଂ ନୂଆପଡ଼ା ନେସନାଲ କଲେଜ ଠାରେ ମତଦାନ ହୋଇଅଛି। ମଡେଲ ଡ଼ିଗ୍ରୀ କଲେଜ ରେ ୧୮୧୦ ଜଣ ଛାତ୍ର ଛାତ୍ରୀ ମତଦାତା ରହିଥିବା ବେଳେ ୧୩୪୪ ଜଣ ୭୪.୨୫% ପ୍ରତିଶତ ମତଦାନ ହୋଇଛି। ସେହିପରି ନୂଆପଡ଼ା ନେସନାଲ କଲେଜ ରେ ମଧ୍ୟ ୧୨୩୧ ଜଣ ମତଦାତା ରହିଥିବା ବେଳେ ନିର୍ବାଚନ ରେ ୧୦୨୩ ଜଣ ୮୩.୧୦ % ପ୍ରତିଶତ ମତ ସାବ୍ୟସ୍ତ କରିଛନ୍ତି।
