ଖପ୍ରାଖୋଲ : ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୋଲିସ ପକ୍ଷରୁ ରାତିରେ ପାଟ୍ରୋଲିଙ୍ଗ ସମୟରେ ୬ ଜଣ ଶିଶୁଙ୍କ ସମେତ ମୋଟ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ତେଲେଙ୍ଗାନା ରାଜ୍ୟର ନିଜାମାବାଦ ସହର ନିକଟସ୍ଥ ଏକ ଇଟାଭାଟିକୁ ନିଆଯାଉଥିବା ବେଳେ ମାଲପଡ଼ା ଗ୍ରାମ ନିକଟରେ ପୁଲିସ ଅଟକାଇଥିଲା | ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟ ରାତ୍ରିରେ ଖପ୍ରାଖୋଲ ଥାନାର ଏଏସ୍ଆଇ ନବୀନ କୁମାର ଭୋଇ ସହ ପୋଲିସ ବିଭାଗ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ମାଲପଡ଼ା ଗ୍ରାମ ନିକଟସ୍ଥ ଏକ ଚାଷଜମି ପାଖରେ ଓଡି-୦୫-ଏଏମ୍-୩୩୮୭ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡ଼ିରେ ଶ୍ରମିକମାନଙ୍କୁ ନିଆଯାଉଥିବା ଦେଖି ପୁଲିସ ତଦନ୍ତ କରିଥିଲା | ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୩ ଜଣ ମହିଳା, ୩ ଜଣ ନାବାଳକ ଓ ୨ ଜଣ ନାବାଳିକା ଥିବା ପୁଲିସ ସୂଚନା ଦେଇଛି | ଶ୍ରମିକ ମାନଙ୍କୁ ରେଙ୍ଗାଲି ଗ୍ରାମର ଦାଦନ ସର୍ଦାର ଗୌତମ ଧରୁଆ (୪୨) ଓ ଡମନୀମାଲ ଗ୍ରାମର ଗାଡ଼ି ଚାଳକ ନବୀନ ନାଗ (୩୮)ଙ୍କୁ ପୁଲିସ ଅଟକ ରଖିଛି। ଏଥିସହ ବୋଲେରୋ ଗାଡ଼ିକୁ ଜବତ କରାଯାଇଛି | ଏହି ଘଟଣାରେ ଖପ୍ରାଖୋଲ ଥାନା କେସ୍ ନମ୍ବର ୨୧୬, ତାରିଖ ୧୪.୧୦.୨୦୨୬ରେ ବିଏନ୍ଏସ୍ର ଧାରା ୧୪୩(୩), ୧୪୬, ୩୧୮(୪), ୩(୫) ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନର ଧାରା ୨୫ ଅନୁଯାୟୀ ମାମଲା ରୁଜୁ ହୋଇଛି | ଆତ୍ମ ନିର୍ଭରଶିଳ ଯୋଜନା, ଓଡିଶା ଜୀବିକା ମିଶନ ସଂସ୍ଥା ରୁ ଲକ୍ଷ ଲକ୍ଷ ଟଙ୍କାର ଶୁଦ୍ଧ ବିହୀନ ଋଣ ସହଯୋଗ,ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗାଈ ଛେଳି କୁକୁଡ଼ା ଘୁଷୁରୀ ଚାଷ ପାଇଁ ଆର୍ଥିକ ପ୍ରୋତ୍ସାହନ, ଉଦ୍ୟାନ ବିଭାଗ ତରଫରୁ କଦଳୀ ଆମ୍ବ, ଲେମ୍ବୁ, ପିଜୁଳି, ଅମୃତ ଭଣ୍ଡା ସହ ପନିପରିବା ମାଛ ଚାଷ ପାଇଁ ରିହାତି ମୂଲ୍ୟରେ ବିହନ ଯୋଗାଣ, ମନରେଗା ଯୋଜନା ବା ଭିବିଜୀ ରାମଜୀ ଯୋଜନାରୁ ବର୍ଷକୁ 125 ଦିନର କାମ ସୁନିଶ୍ଚିତ କାମ, ସତ୍ୱେ ଦାଦନ ଚାଲାଣ | ନିୟମ ଅନୁଯାୟୀ ଯେଉଁ ମାନେ ଦାଦନ ଯିବେ ସ୍ଥାନୀୟ ପଞ୍ଚାୟତ କିମ୍ବା ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକରଣ କରି ଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସର୍ଦ୍ଦାର ମାନେ ମାନୁ ନାହାନ୍ତି |ସରକାରର କୋଟି କୋଟି ଟଙ୍କାର ଯୋଜନା କୁଆଡେ ଯାଉଛି | କାଗଜ କଲମରେ ହେଉଛି ନାଭୂତ ନେଉଛି ବୋଲି ଜୋରସୋର ଚର୍ଚ୍ଚା ବୁଦ୍ଧିଜୀବୀ ମହଲରେ | ଦାଦନରୁ ମୁକ୍ତି ପାଇଁ ମନରେଗା ଭଳି ମେଗା ପ୍ରକଳ୍ପ ମଧ୍ୟ ଫେଲ ମାରିଛି | ସରକାରୀ ବାବୁମାନଙ୍କ ତଦାରଖ ଅବହେଳା ନା ଯୋଜନା ଭିତରେ ଭିତିରି କିଛି ରହସ୍ୟ ଥିବା ସାଧାରଣରେ ସନ୍ଦେହ |ଦାଦନ ଚାଲାଣ ସମୟରେ ଦାଦନ ଗଡ଼ରେ ପୋଲିସର ଦିନ ରାତି ପେଟ୍ରୋଲିଙ୍ଗ ପୋଲିସ ପାଇଁ ଚେଲେଞ୍ |
