ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀମାନେ ବାଜିମାତ କରିଛନ୍ତି । ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ପାର୍ଥୀମାନଙ୍କୁ ପରାସ୍ତ କରି ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନେ ନିର୍ବାଚନ ହୋଇଥିବା ସମସ୍ତ ୧୧ ଟି ପଦବୀରେ ବିଜୟୀ ହୋଇଛନ୍ତି। ସଭାପତି ଭାବେ କୃପାମୟୀ ପ୍ରିୟଦର୍ଶିନୀ ସେଠୀ, ଉପସଭାପତି ଭାବେ ଅନନ୍ତ କୁମାର ସେନାପତି, ସମ୍ପାଦକ ଶୁଭମ୍ ସାହୁ, ସହସମ୍ପାଦକ ସୌମ୍ୟରଞ୍ଜନ ନାଥ, ନାଟ୍ୟ ସଂସଦ ସମ୍ପାଦକ ସିପ୍ରାଂଶୁ ସାମଲ, ନାଟ୍ୟ ସଂସଦ ସହସମ୍ପାଦକ କାଜଲ ସାମଲ, କ୍ରୀଡା ସଂସଦ ସମ୍ପାଦକ ଜିତ୍ ମହାନ୍ତି, ବିଜ୍ଞାନ ସଂସଦ ସମ୍ପାଦକ ଆଶିଷ ଅନମୋଲ ବେହେରା, କମନରୁମ ସମ୍ପାଦକ ଶକ୍ତି ରଞ୍ଜନ ପ୍ରଧାନ, କମନରୁମ ସହସମ୍ପାଦକ ବାପି ବେହେରା ଓ ଡିଏସ୍ଏ ସମ୍ପାଦକ ଭାବେ ସତ୍ଯଜିତ ସାହୁ ନିର୍ବାଚିତ ହୋଇଛନ୍ତି । ସେହିପରି ଏକମାତ୍ର ପ୍ରାର୍ଥୀ ଥିବା କ୍ରୀଡା ସଂସଦ ସହସମ୍ପାଦକ ପଦବୀରେ ସତ୍ଯ ରଞ୍ଜନ ସାହୁ, ବିଜ୍ଞାନ ସଂସଦ ସହସମ୍ପାଦକ ପଦବୀରେ ରିତେଶ ସାହୁ ଓ ଡିଏସ୍ଏ ସହସମ୍ପାଦକ ଭାବେ ଆଶିଷ କୁମାର ସେଠୀ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଅଧ୍ୟାପକ ଡ.ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ। କଲେଜର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଆଠଗଡ ଏସଡିପିଓ ବିଶ୍ବଜିତ ମହାନ୍ତି ଓ ଆଇଆଇସି ସୁମତି ମହାନ୍ତିଙ୍କ ନେତୃତ୍ବରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଜୟୀ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନଙ୍କୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅଭିନନ୍ଦନ ଜଣାଇଥିଲେ । ବିଜୟୀ ପ୍ରାର୍ଥୀମାନେ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରିଥିଲେ ।