କଟକ: କଟକର ସୁବୋଧ କୃଷ୍ଣ ମିଶନ ଆନୁକୂଲ୍ୟରେ ଭାଗବତ ମହାପୁରାଣ ପଠନର ଚତୁର୍ଥ ବାର୍ଷିକ ଭାଗବତ ସପ୍ତାହ ସି ଡି ଏ ଆଠ ନମ୍ବରସ୍ଥିତ କଳିଙ୍ଗ ପ୍ୟାଲେସରେ ଭାବ ଭକ୍ତିର ପରିବେଶରେ ଅନୁଷ୍ଠିତ ହେଉ ଅଛି। ଏହି ମହା ପୁରାଣର ଓ ପ୍ରବଚନ ସାତଦିନ ଧରି ସେପ୍ଟେମ୍ବର ଏକ ତାରିଖଠାରୁ ସାତ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଭାଗବତ ସପ୍ତାହରେ ସୁବୋଧ କୃଷ୍ଣ ମିଶନର ପ୍ରମୁଖ ଡ଼. ସ୍ୱାମୀ କ୍ରିଷ୍ଣ ପ୍ରେମାନନ୍ଦ ସରସ୍ବତୀ (ଗୁରୁଜୀ ), ମାତୃଶକ୍ତି,ଶୁଦ୍ଧି ବୃନ୍ଦ ଆନନ୍ଦ ଉଲ୍ଲାସରେ ଭଗବାନଙ୍କ ଆଗମନକୁ ଭକ୍ତିପୂତ ମନରେ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାର ସଭାପତି ଶ୍ରୀ ମନୋରଞ୍ଜନ ମହାନ୍ତି, ଟ୍ରଷ୍ଟି ଶ୍ରୀ ଲିଙ୍ଗରାଜ ଖାଡ଼ଙ୍ଗା ଶ୍ରୀ ଶଶିଭୂଷଣ ତ୍ରିପାଠୀ, ସମ୍ପାଦକ ଶ୍ରୀ ବିନୟ କୁମାର ନାୟକ ଉତ୍କଳ ଭୂଷଣ ରାଉତରାୟ ବିଭୂତି ଭୂଷଣ ସାହୁ, ନକୁଳ ଚନ୍ଦ୍ର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
(କଟକରୁ ଦାମୋଦର ବେଉରାକଂ ରିପୋର୍ଟ ଖୋଲା ଖବର ନିଉଜ ।)