ପାଳଲହଡା-ପାଳଲହଡ଼ା ବ୍ଳକ୍‌ ନମ୍ପସି ପଞ୍ଚାୟତ କଣ୍ଟାନାଳି ଗାଁ ର ବିର୍ସା ବଦରା ସ୍ତ୍ରୀ ମାଧୁରୀ ବିରୁଆ ଙ୍କୁ ସାଙ୍ଗରେ ଧରି ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ। ଦେହ ଅସୁସ୍ଥ ହେବାରୁ ସେଠାରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ। ଗତ 19 ତାରିଖ ଦିନ ବିର୍ସା ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏଖବର ପରିବାର ସାହି ପଡିଶା ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ପରିବାର ଲୋକେ ଏନେଇ କମ୍ପାନୀ ସହ ଯୋଗାଯୋଗ ପରେ ଆମ୍ବୁଲାନ୍ସ ଯୋଗେ ଆଜି ଘରେ ପହଞ୍ଚିଲା ଦାଦନ ଶ୍ରମିକ ବିର୍ସା ର ମର ଶରୀର।
ଆଜି ମର ଶରୀର ଗାଁ ରେ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ପ୍ରକାଶ ଯେ, ମାତ୍ର ୧୫ ଦିନ ତଳେ ବିର୍ସା ସ୍ତ୍ରୀକୁ ଧରି ଦାଦନ ଖଟିବାକୁ ତାମିଲନାଡୁର ଅମରପାଲିର ଏକ ସୁତା କଳରେ କାମ କରିବା ପାଇଁ ଯାଇଥିଲେ। ସେଠାରେ ଏକ ସୂତାକଳରେ ସେ କାମ କରୁଥିଲେ। ଗତ ଶ ନିବାର ବିର୍ସାଙ୍କର ଅକାଳ ମୃତ୍ୟୁ ହୋଇଥିଲା।ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ସୂଚନା ମିଳିଛି।ଏ ଖବର ପାଳଲହଡା ବିଧାୟକ ଅଶୋକ ମହାନ୍ତି ପାଇବା ପରେ ପ୍ରଶାସନ ସ୍ତରରେ ଯୋଗାଯୋଗ କରିଥିଲେ କିପରି ବିର୍ସା ବଦରା ର ଶବ ଗାଁ କୁ ଫେରିବ। ଏନେଇ ପ୍ରଶାସନ ତତ୍ପର ହୋଇ ସୂତାକଳ ର ମାଲିକ ଙ୍କ ସହ କଥା ହୋଇଥିଲେ। ସୂତାକଳ ର ମାଲିକ ପ୍ରତିଶୃତି ଦେଇଥିଲେ ଓ ବିର୍ସା ର ଶବ କୁ ଗାଁ କୁ ପଠାଇବାର ବ୍ୟବସ୍ଥା କରିଥିଲେ।