କୋଟପାଡ଼: ସାରା ଭାରତରେ ଭାରତୀୟ ଜନତା ପାର୍ଟି ଦ୍ୱାରା ସେବା ସଂକଳ୍ପ ଅଭିଯାନ ଚାଲୁ ରହିଛି ! ଏହି ଅବସରରେ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡକ୍ଟର ବିଶ୍ୱଜିତ ମାଲିକଙ୍କ ନିର୍ଦେଶ କ୍ରମେ ଚିକିତ୍ସାଳୟର ସମସ୍ତ ସହଯୋଗୀ ଷ୍ଟାଫ ମାନଙ୍କ ସହଯୋଗରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ଭାବେ ମାନନୀୟ କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତରା ଯୋଗ ଦେଇ ଶୁଭାରମ୍ଭ କରିଥିଲେ ! ଶିବିରରୁ ମୋଟ ୩୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ! ରକ୍ତଭାବ ଯୋଗୁ ଯେଭଳି ଅକାଳରେ କାହାର ଜୀବନ ନ ଯାଏ, ତାହାର ଏକ ମାତ୍ର ମାଧ୍ୟମ ରକ୍ତଦାନ ଅଟେ ! ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କୋଟପାଡ଼ ଶିଳ୍ପ ତାଲିମ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କୋଟପାଡ଼ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ଓ ପୋଲିସ କର୍ମଚାରୀମାନେ ରକ୍ତଦାନ ଭଳି ମହତ ଦାନ କରି ସେବା କରିବାର ଉଦାହରଣ ସୃଷ୍ଟି କରିପାରିଛନ୍ତି ! ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ଼ ଅତିରିକ୍ତ ତହସିଲଦାର ପର୍ଶୁରାମ ଭତରା,କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସବିତାରାଣୀ ଷଡ଼ଙ୍ଗୀ,ନବରଙ୍ଗପୁର ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ଏନଏସି ଅଧକ୍ଷ ଏମ. ଶଙ୍କର ରାଓ, ଡକ୍ଟର ସନ୍ଦୀପ କଂହର, ସିନିୟର ଫାର୍ମାସିଷ୍ଟ ସୂର୍ଯ୍ୟକାନ୍ତ ପଢ଼ିଙ୍କ ସହ ସହ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ !