ଟିଟିଲାଗଡ଼: -ଆଜି ଛାତ୍ର ସଂସଦ ର ନିର୍ବାଚନ ପ୍ରାଥୀ ପତ୍ର ଦାଖଲ ଥିବା ବେଳେ ନିର୍ବାଚନକୁ ବର୍ଜନ କରିଛି ଟିଟିଲାଗଡ଼ ଡ଼ିଏଭି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଛାତ୍ର ସଂଘl ଟିଟିଲାଗଡ଼କୁ ଦୀର୍ଘ ଦିନ ହେବ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଥିଲେ ବି ଏହାକୁ ସରକାର ଶୁଣୁ ନାହାନ୍ତି ତେବେ 1992ରୁ ଟିଟିଲାଗଡ଼କୁ ସ୍ଵନ୍ତ୍ରତ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଥିବା ବେଳେ ବିଗତ ଦିନରେ ମାସ ମାସ ଧରି କୋର୍ଟ କଚେରୀ ବନ୍ଦ କରିବା ସହ ଆନ୍ଦୋଳନ ବି ବର୍ଷ ବର୍ଷ ଧରି ଚାଲିଛି ଏଭିତରେ ସରକାର ପରିବର୍ତନ ହୋଇଛି ଓ ଦୀର୍ଘ ୯ ବର୍ଷ ପରେ କଲେଜ କ୍ୟାମ୍ପସକୁ ଫେରିଛି ଛାତ୍ର ସଂସଦ ନିର୍ବାଚନ ତେବେ ଛାତ୍ର ମାନଙ୍କ କହିବା କଥା ଟିଟିଲାଗଡ଼ ଉପଖଣ୍ଡକୁ ସ୍ଵନ୍ତ୍ରତ ଜିଲ୍ଲା ଘୋଷଣା ନ କରିବା ପର୍ଯ୍ୟନ୍ତ ଛାତ୍ର ମାନେ କୈଣସି ପ୍ରକାର ଛାତ୍ର ନିର୍ବାଚନରେ ସାମିଲ ହେବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଆଜି ଛାତ୍ରଙ୍କ ମଧ୍ୟରେ କିଛି ସମୟ ନାମାଙ୍କନ କୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖା ଦେଇଥିଲା। ପରେ ଟିଟିଲାଗଡ଼ ଜିଲ୍ଲା ନାହିଁ ତ ଭୋଟ ନାହିଁ କହି ଛାତ୍ର ନିର୍ବାଚନକୁ ବର୍ଜନ କରିବା ସହ କେହିବି ଛାତ୍ର ଛାତ୍ରୀ ନାମାଙ୍କନ ଦାଖଲ କରି ନାହାନ୍ତି. ସୁରକ୍ଷାକୁ ଦୃଷ୍ଟିରେ ରଖୀ ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନୀ, ଥାନା ଅଧିକାରୀ ସହ ବହୁ ପୋଲିସ କର୍ମୀ ଉପସ୍ଥିତ ଥିଲେ।
