ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳଖେମୁଣ୍ଡିଠାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟରେ ଗଜପତି ନିର୍ମାଣ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ସହାୟତା ରାଶି ଯଥା ବିବାହ ସହାୟତା ରାଶି, ମୃତ୍ୟୁ କାଳୀନ ସହାୟତା ରାଶି, ପ୍ରସୂତି କାଳୀନ ସହାୟତା ରାଶି, ଶିକ୍ଷାଗତ ସହାୟତା ରାଶି ଅନଲାଇନ ମାଧ୍ୟମ ରେ ଆବେଦନ କରି ଦୀର୍ଘ ଏକ ବର୍ଷ ଓ ଦୁଇ ବର୍ଷ ହେବ ଆବେଦନ କରି ଅଛୁ କିନ୍ତୁ ଠିକ୍ ସମୟରେ ସରକାରଙ୍କ ସହାୟତା ରାଶି ପାଇ ପରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେଲେ ଜିଲ୍ଲାର ପଞ୍ଜୀକୃତ ଶ୍ରମିକ ମାନେ ଉପ କୃତ ହୋଇ ପାରିବେ ବୋଲି ପ୍ରକାଶ କରିଛନ୍ତି। ଅଭିଯୋଗ ପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ଗଜପତିରୁ ବିବେକ ନନ୍ଦ ବେହେର।
