ପୁରୀପୁରୀଜିଲ୍ଲାଫଟୋଗ୍ରାଫର ଆସୋସିଏସନ୍ ର ସମ୍ପାକ ପ୍ରଶାନ୍ତ କୁମାର ଦ୍ୱିବେଦୀ(ମୁନାଦା)ଙ୍କୁ ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ୍ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଶ୍ରୀମନ୍ଦିର ଠାରେ ଅମର ଆତ୍ମା ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା।ଶ୍ରୀ ଦ୍ୱିବେଦୀ ଲୋକୋ ମୁଖରେ ମୁନା ଦା ବୋଲି ପରିଚିତ ଥିଲେ ଏବଂ ଜଣେ ଲୋକୋ ପ୍ରିୟ ଅମାଇକ ଫଟୋ ଗ୍ରାଫର ଭାବରେ ତାଙ୍କର ସେ ବେଶ୍ ସୁନାମ ଅର୍ଜନ କରିଥିଲେ ବୋଲି ଏହି ଅବସରରେ ମହାସଂଘ୍ ଉପଦେଷ୍ଠା ଶ୍ରୀ ସିଦ୍ଧାର୍ଥ ରାୟ କହିଥିଲେ।ଜଣେ ବରିଷ୍ଠ ଫଟୋ ଗ୍ରାଫର ଆଉ ଭିଡିଓ ଗ୍ରାଫର ଭାବରେ ସେ ଅନେକଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ପୁରୀ ଫଟୋଗ୍ରାଫର ଆସୋସିଏସନ୍ ର ସମ୍ପାଦକ ଭାବରେ ଓ ଅଲ୍ ଓଡ଼ିଶା ଫଟୋ ଗ୍ରାଫର ଆସୋସିଏସନ୍ ର କାର୍ଯ୍ୟ କାରୀ ସଦସ୍ୟ ଭାବରେ ଦକ୍ଷତାର ସହିତ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଥିଲେ ବୋଲି ବକ୍ତା ମାନେ ଏହି ଅବସରରେ କହିଥିଲେ।ସୂଚନା ଯୋଗ୍ୟ ଯେ ଗତ ୮ ତାରିଖ ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇ ଥିଲା।
ଶ୍ରଦ୍ଧାଞ୍ଜଳି ସଭାରେ ପୁରୀ ବିଚ୍। ଫଟୋଗ୍ରାଫର ମହସଂଘ୍ ର ସମ୍ପାଦକ ସିଂଙ୍ଗଲ ଶିବା,ସଭାପତି ରଞ୍ଜନ କୁମାର ଦାସ,ଉପସଭାପତି ଶ୍ରୀଧର ପଣ୍ଡା ,ଯୁଗ୍ମ ସମ୍ପାଦକ ମାର୍କଣ୍ଡ ମିଶ୍ର ସହ ସମ୍ପାଦକ ଲୋକନାଥ ବେହେରା ପ୍ରଭୃତି ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
