ବ୍ରହ୍ମପୁର : ବ୍ରହ୍ମପୁରରୁ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ କନ୍ଧମାଳ ଜିଲାର ଜଣେ ମହିଳା ୨ଟି ମୁଣ୍ଡ ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏଭଳି ବିରଳ ନବଜାତର ପରୀକ୍ଷା ନିରୀକ୍ଷା ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ପ୍ରଫେସର କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି। ଶିଶୁଟି ବର୍ତ୍ତମାନ ଏସଏନସିୟୁରେ ଚିକିତ୍ସିତ ହେଉଛି।ଶିଶୁଟି ଭୁବନେଶ୍ୱର ଏମ୍ସ ରେଫର୍ ହେବ ।